ନୂଆଦିଲ୍ଲୀ : କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ପାଇଲଟ୍ ହେବାର ସୁଯୋଗ । ଡିସିଜିଏ ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ କମର୍ସିଆଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ପାଇଁ ତାଲିମ ନେଇପାରିବେ । କମର୍ସିଆଲ ପାଇଲଟ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ପାଇଁ ଅନୁମୋଦନ କରିଛି ଡିସିଜିଏ । ଏଣିକି କଳା ଓ ବାଣିଜ୍ୟ ଷ୍ଟ୍ରିମ୍ ରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ – ସିପିଏଲ୍ ପାଇଁ ଆବେଦନ କରିପାରିବେ । କେନ୍ଦ୍ରୀୟ ବିମାନ ମନ୍ତ୍ରାଳୟକୁ ସୁପାରିଶ ପଠାଇଛି ଡିସିଜିଏ । ଏଥିରେ ସଂଶୋଧନକୁ ଚୂଡାନ୍ତ କରାଯିବ ଓ ପରେ ଆଇନ ମନ୍ତ୍ରାଳୟକୁ ପଠାଯିବ। ବର୍ତ୍ତମାନ ସିପିଏଲ୍ ତାଲିମ ପାଇଁ ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ବାଧ୍ୟତାମୂଳକ ରହିଛି । ନୂଆ ନିୟମ ଅନୁମୋଦନ ହେଲେ, ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ କମର୍ସିଆଲ ପାଇଲଟ ହୋଇପାରିବେ ।
Views: 31