କଳାହାଣ୍ଡି: ଉତ୍କେଲାକୁ ଆରମ୍ଭ ହେଲା ବିମାନ ସେବା । ଭୁବନେଶ୍ବରରୁ କଳାହାଣ୍ଡିର ଉତ୍କେଲାକୁ ଆରମ୍ଭ ହେଲା ବିମାନ ସେବା । ଫ୍ଲାଗଅଫ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରବାର ଉଡ଼ିବ ବିମାନ । ପରେ ସପ୍ତାହକୁ ସବୁଦିନ ବିମାନ ଉଡିବ । ଏଥିସହ ଉଦଘାଟନ ହୋଇଛି ଉତ୍କେଲା ବିମାନ ବନ୍ଦର । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦଘାଟନ କରିଛନ୍ତି । କଳାହାଣ୍ଡିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ସମୃଦ୍ଧିର ଆକାଶରେ ଉଡ଼ାଣ ଭରିବ କଳାହାଣ୍ଡି । ସପ୍ତାହର ଦୁଇ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ଉଡିବ ବିମାନ ସେବା । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଂଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଂଚିବ । ୯ଟି ସିଟ୍ ବିଶିଷ୍ଟ ଇଣ୍ଡିଆ ୱାନ ବିମାନରେ ଯାତ୍ରୀ ଯାତାୟତ କରିବେ । ଏଥିପାଇଁ ଟିକେଟର ଦାମ ୯୯୯ ଟଙ୍କା ।
Views: 94











