ଭୁବନେଶ୍ୱର : ଜଳୁଛି ରାଜଧାନୀ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ରାଜଧାନୀ ବାସୀ । ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ଖରା । ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ । ଭୁବନେଶ୍ୱର ସହ ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ ଛୁଇଁଛି । ଚାନ୍ଦବାଲି ୩୭ , ବାଲେଶ୍ୱର ୩୬ , ସମ୍ବଲପୁର ୩୬ ଡିଗ୍ରୀ ରେକର୍ଡ । ହୀରାକୁଦ ୩୫,୪ , କେନ୍ଦୁଝର ୩୫ , ଗୋପାଳପୁର ୩୫ ଡିଗ୍ରୀ , ପୁରୀ ୩୪ ଓ ପାରାଦ୍ୱୀପରେ ୩୨.୮ ଡିଗ୍ରୀ ତାପମାତ୍ରା ଛୁଇଁଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।
Views: 91