ଭୁବନେଶ୍ୱର : କଲବର କରିବ କୁହୁଡି । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ,ଜଗତସିଂହପୁର ପାଇଁ ଆଲର୍ଟ ଜାରି । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ କନ୍ଧମାଳରେ ବି କଲବଲ କରିବ କୁହୁଡି । ଆସନ୍ତା ୩ରୁ ୪ ଦିନ ଯାଏଁ ଅତି ଘନ କୁହୁଡି ସମ୍ଭାବନା । ତେଣୁ ଗାଡି ନେଇ ଯିବାକୁ ଥିଲେ ସତର୍କ ପରାମର୍ଶ ।
ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଓ ହେମାଳ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଶୀତ ଓ ଘନ କୁହୁଡ଼ି ପାଇଁ ସକାଳ ୧୦ ଟା ପର୍ୟ୍ୟନ୍ତ ରାସ୍ତାରେ ଗାଡ଼ିମଟର ଚଳାଚଳ କମ ରହିଥିବା ଦେଖାଯାଇଛି । କୁହୁଡ଼ି ପାଇଁ ସୂର୍ୟ୍ୟଙ୍କ କିରଣ ମଧ୍ୟ ତେଜହୀନ ରହୁଥିବାରୁ ଶୀତ ଅଧିକ ଅନୁଭୁତ ହେଉଛି । ବଜାରଘାଟ ବି ଜନଶୂନ୍ୟ ହୋଇଯାଉଛି । ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଦେହମୁଣ୍ଡରେ ଗରମ ପୋଷାକ ପିନ୍ଧି ବାହାରୁଛନ୍ତି । ଚା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ପାର୍ବତ୍ୟାଞ୍ଚଳ ଜି. ଉଦୟଗିରି, ଉଦଳା ଆଦି ଅଞ୍ଚଳରେ ଲୋକମାନେ ଅସହ୍ୟ ଜାଡ଼ରେ କଲବଲ ହେଉଥିବା ଦେଖାଯାଇଛି ।
କଲବଲ କରିବ କୁହୁଡି ; ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











