ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ । ଲୋକସେବା ଭବନରେ ପୋସ ଆକ୍ଟ ୨୦୧୩ ଆଲୋଚନା ଚକ୍ର କର୍ମଶାଳାରେ ଉଦବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅ ପୁଅ ଭିତରେ ପାତର ଅନ୍ତର ରଖନ୍ତୁ ନାହିଁ । ମୋର ଅନୁରୋଧ ଶିକାର ହେଲେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ନିଜ ଅଧିକାର ପାଇଁ ସ୍ବର ଉଠାଇବା ଅପରାଧ ନୁହେଁ । ସ୍ବର ଉତ୍ତୋଳନ କଲେ ନ୍ୟାୟ ନିଶ୍ଚିତ ମିଳିବ। ଯୌନ ଉତ୍ପୀଡ଼ନ ଉପରେ ରୋକ ଲଗାଇବା ପାଇଁ ଜନସଚେତନତା ସହ ଦୋଷୀଙ୍କ ପାଇଁ କଠୋର ଦଣ୍ଡବିଧାନ ପ୍ରତି ଆମ ସରକାର ଗୁରୁତ୍ବ ଦେଇଆସିଛନ୍ତି । ଏହି ଆଇନକୁ ଆଇନରେ ସୀମିତ ନରଖି ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ବ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
Views: 9