The Ultimate Managed Hosting Platform
ADVERTISEMENT

କର୍ପୋରେଟର ପ୍ରାର୍ଥୀଙ୍କୁ ଦାଦା ବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ବାନ୍ଧିଲା ପୋଲିସ

Facebook
Twitter
LinkedIn

ଭୁବନେଶ୍ୱର : ଦାଦାବଟି ମାଗି ୨ ଯୁବକ ଗିରଫ । କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଓ ଲିଟୁନା ସ୍ୱାଇଁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏବେ ପୌର ନିର୍ବାଚନର ମାହୋଲ । ନିଜ ନିଜ ଅଞ୍ଚଳରେ ବିଜୟୀ ହେବା ପାଇଁ ପ୍ରାର୍ଥୀମାନେ ଜୋରଦାରରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ଭିତରେ ଆସିଛି ଏକ ଖବର । ଭୁବନେଶ୍ୱର ୫୫ ନମ୍ବରର ବିଜେଡି କର୍ପୋରେଟର ପ୍ରାର୍ଥୀ ନୃପେଶ ନାୟକଙ୍କୁ କିଛି ଯୁବକ ଦାଦା ବଟି ମାଗିଥିଲେ । ଏନେଇ ନୃପେଶ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଲିଙ୍ଗରାଜ ଥାନା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ଜଣଙ୍କ ନାମ ସୋମନାଥ ହାତୀ ଓ ଲିଟୁନା ସ୍ୱାଇଁ ବୋଲି ସୂଚନା ମିଳିଛି । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପୋଲିସ ଛାନ୍‌ଭିନ୍ କରୁଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗୁଜୁରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ; ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା

ଗୁଜୁରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ; ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା

ଗୁଜୁରାଟ : ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ । ନୂଆ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ । ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ...

ADVERTISEMENT
ପୋଲିସ SI ପରୀକ୍ଷା ସ୍କାମ ; ଆଉ ୪ ଗିରଫ , ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ

ପୋଲିସ SI ପରୀକ୍ଷା ସ୍କାମ ; ଆଉ ୪ ଗିରଫ , ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ

ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ ଖୁଲାସା । ମୋଷ୍ଟ ୱାଣ୍ଟେଡ ଦଲାଲ ମୁନ୍ନା ମହାନ୍ତି , ଜଣେ ମହିଳା...

Login