ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନକୁ ନେଇ ବିଗୁଲ୍ ବାଜିଛି। ରାଜ୍ୟରେ ମେ’ ୧୦ରେ ଅନୁଷ୍ଠିତ ହେବ ମତଦାନ ଏବଂ ୧୩ ତାରିଖରେ ପ୍ରକାଶ ପାଇବ ଫଳାଫଳ। ବର୍ତ୍ତମାନ ଏହି ଘୋଷଣା ପରେ ଆମ୍ ଆଦ୍ମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରଣହୁଙ୍କାର ଦେଇଛନ୍ତି। ଆମ୍ ଆଦମୀ ପାର୍ଟି କର୍ଣ୍ଣାଟକର ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବ ବୋଲି କେଜ୍ରିଓ୍ଵାଲ କହିଛନ୍ତି। କର୍ଣ୍ଣାଟକରେ ନିର୍ବାଚନ ଲଢ଼ିବା ପାଇଁ ଆମ୍ ଆଦ୍ମୀ ପାର୍ଟି ଦୀର୍ଘ ଦିନରୁ ପ୍ରସ୍ତୁତି ଚଳାଇଛି। ସେଠାରେ ଏହାର ଏକ ସଂଗଠନ ଗଠନ ହୋଇସାରିଛି, ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜ୍ୟରେ ରାଲି କରିସାରିଛନ୍ତି। ପୂର୍ବରୁ ହିଁ ଅଟକଳ ଚାଲିଥିଲା ଯେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଆମ୍ ଆଦମୀ ପାର୍ଟି କାର୍ୟ୍ୟ କରିବ। ବର୍ତ୍ତମାନ କେଜ୍ରିୱାଲ ସମସ୍ତ ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ନିର୍ବାଚନ ମଇଦାନରେ ଚାରି ଚାରିଟି ବଡ଼ ଦଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। କର୍ଣ୍ଣାଟକରେ ବିଜେପି ବନାମ କଂଗ୍ରେସ ବନାମ ଜେଡିଏସ୍ ବନାମ ଆମ୍ ଆଦମୀ ପାର୍ଟି ପ୍ରତିଯୋଗିତା ଦେଖିବାକୁ ମିଳିବ। କହି ରଖୁଛୁ, ନିର୍ବାଚନ ଯୁଦ୍ଧରେ ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ସବୁଠାରୁ ଆଗରେ ଚାଲିଛି। ଦଳ ୮୦ଟି ଆସନ ପାଇଁ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରିଦେଇଛି। ଏ ପର୍ୟ୍ୟନ୍ତ କୌଣସି ଦଳ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି, କେବଳ ମନ୍ଥନ ଚାଲିଛି। କିନ୍ତୁ ଏ କ୍ଷେତ୍ରରେ ବାଜି ମାରି ଆମ୍ ଆଦମୀ ପାର୍ଟି ୮୦ଟି ଆସନରେ ପ୍ରାର୍ଥୀ ଦେଇଛି।
କର୍ଣ୍ଣାଟକର ସମସ୍ତ ଆସନରେ ନିର୍ବାଚନ ଲଢ଼ିବ ଆପ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











