ବେଙ୍ଗାଲୁର : ପ୍ରାୟ ଦୁଇ ସପ୍ତାହ ପରେ କର୍ଣ୍ଣାଟକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୁଣି ସକ୍ରିୟ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) କର୍ଣ୍ଣାଟକ ପାଇଁ ସାତ ଦିନର ସତର୍କତା ଜାରି କରିଛନ୍ତି । ଜୁନ୍ ୧୭ ପର୍ୟ୍ୟନ୍ତ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । କର୍ଣ୍ଣାଟକର ଧାରୱାଡ ଜିଲ୍ଲାର ହୁବଲି ଅଞ୍ଚଳରେ ଆଜି ସକାଳେ ମୁଷଳଧାରାରେ ବର୍ଷା ହୋଇଥିଲା । ଯାହା ଫଳରେ ହନାଶି ଗ୍ରାମରେ ବ୍ୟାପକ ଜଳବନ୍ଦୀ ସୃଷ୍ଟି କରିଥିଲା । ଜୁନ୍ ୧୭ ପର୍ୟ୍ୟନ୍ତ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଜିଲ୍ଲାଗୁଡ଼ିକରେ ଜୁନ୍ ୧୪ ପର୍ୟ୍ୟନ୍ତ ବର୍ଷା ହେବ ଏବଂ ପରବର୍ତ୍ତୀ ତିନି ଦିନ ପାଇଁ ହେବ ।
Views: 13