The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକରେ ମୁଖ୍ୟ ମନ୍ତ୍ରୀ ଲଡୁ, ସୋନିଆଙ୍କ ଗୋଟିଏ ଫୋନରେ ଜିଦରୁ ଓହରିଲେ ଶିବ କୁମାର ।

Facebook
Twitter
LinkedIn

କର୍ଣ୍ଣାଟକର ବିଧାନ ସଭା ନିର୍ବାଚନରେ କଇଗ୍ରେସର ମହା ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିଥିଲା ଟଣା ଓଟରା । ଏହି ପଦ ପାଇଁ ସିଦ୍ଧରମୈୟାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିବାକୁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ବାଡ ପକାଇଥିଲେ ଡି.କେ ଶିବକୁମାର । ସେପ୍ଣଙ୍କ ଏହାକୁ ନେଇ ଦଳ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହେବା ସହ ବିଜେପିର ଘୋଡା ବେପାରକୁ ମଧ୍ୟ ରହିଥିଲା ଭୟ । ଶେଷରେ ଘଟଣା କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିଥିବା ବେଳେ ଶେଷରେ ଏଣ୍ଟି ମାରିଲେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ଫୋନ କଲ ମାଧ୍ୟମରେ ଶିବକୁମାରଙ୍କୁ ବୁଝାଇବା ପରେ ଉପ ମୁଖ୍ୟମନ୍ତ୍ରୀ ପାଇଁ ଡି.କେ ରାଜି ହୋଇଥିବା ଦଳୀୟ ସୁତ୍ରରୁ ଖବର ମିଳିଛି । ଅନ୍ୟପଟେ ସୋନିଆଙ୍କ ଗୋଟେ ଫୋନ କଲରେ ସମସ୍ୟା ସମାଧାନ ହୋଇଥିବାରୁ ସୋନିଆ ଏଭଳି ଘଡିସନ୍ଦି ମୁହୂର୍ତ୍ତରେ ଏକ ବଡ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିବା କୁହାଯାଉଛି । ଗତ ବୁଧବାର ସୋନିଆ ଶିବକୁମାରଙ୍କ ସହ କଥା ହୋଇଥିବା ସୂତ୍ରରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ ପଦ ସମସ୍ୟାର ସମାଧାନ ପରେ କ୍ୟାବିନେଟ୍‌ରେ ଯୋଗଦେବାକୁ ଥିବା ନେତା ମାନଙ୍କ ଉପରେ ଏବେ ଚର୍ଚ୍ଚା ଚାଲିଛି ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍‌

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login