The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକରେ ଜଳିଗଲା ବସ ; ୧୦ ମୃତ

Facebook
Twitter
LinkedIn

କର୍ଣ୍ଣାଟକ : କର୍ଣ୍ଣାଟକ ଚିତ୍ରଦୁର୍ଗରେ ଜଳିଗଲା ବସ । ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ସହ ଧକ୍କା ହେବା ପରେ ଜଳିଗଲା ଘରୋଇ ବସ । ବସଟି ବେଙ୍ଗାଲୁରରୁ ଶିଭମୋଗା ଯିବା ବେଳେ ଏନଏଚ-୪୮ରେ ଦୁର୍ଘଟଣା । ଏକାଧିକ ଯାତ୍ରୀ ଗୁରୁତର ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଖବର ମୁତାବକ, ବସଟି ୩୨ ସିଟ୍ ଥିବାରୁ ୨୯ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗଲୁରୁରୁ ଶିବମୋଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ ବସ୍ ସମ୍ମୁଖରେ ଥିବା ଡିଜେଲ ଟାଙ୍କି ଫାଟିଯିବାରୁ ନିଆଁ ବ୍ୟାପିଥିବା କୁହାଯାଉଛି । ସେହିପରି ବସରେ ଲାଗିଥିବା ଗଦି ଓ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟ ନିଆଁକୁ ତେଜ ଦେଇଥିଲା । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଅନ୍ୟପଟେ ଦୁର୍ଘଟଣା ପରେ ଗାଡ଼ିର ତାର ଛିଣ୍ଡି ସର୍ଟସର୍କିଟ ଘଟି ନିଆଁକୁ ଭୟଙ୍କର କରିଥିଲା । ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଏନେଇ ହିରିୟୁର ଗ୍ରାମୀଣ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login