The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

 କରୋନା ଆତଙ୍କ, କ୍ୱାରେଣ୍ଟାଇନ୍‌ରେ ରହିଲା ଦିଲ୍ଲୀ କ୍ୟାପିଟାଲ୍‌ସର ପୁରା ଟିମ୍‌

Facebook
Twitter
LinkedIn

 ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୨)ର ୧୫ ତମ ସିଜିନ୍‌ରେ ମଧ୍ୟ କରୋନା ପାଦ ଦେଇଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପ୍ୟାଟ୍ରିକ୍ ଫରହାର୍ଟ କରୋନା ପଜିଟିଭ ଜଣାପଡିଛନ୍ତି। ଏହି କାରଣରୁ ଏବେ ପୁରା ଟିମ୍‌କୁ  କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଟିମ୍‌ର ଆଗାମୀ ମ୍ୟାଚ୍‌ ପୁନେରେ ହେବ। ଏଥିପାଇଁ ଟିମ୍‌କୁ ଯିବାର ଥିଲା, କିନ୍ତୁ ତାଙ୍କୁ ଏବେ ହୋଟେଲରେ ରଖାଯାଇଛି। ସବୁ ଖେଳାଳିଙ୍କର ବାରମ୍ବାର ଦୁଇଥର କରୋନା ଟେଷ୍ଟ ହେବ। ଏହାପରେ କିଛି ନିଷ୍ପତ୍ତି ନିଆଯିବ।କ୍ରିକ୍‌ବଜର ରିପୋର୍ଟ ଅନୁସାରେ, ଋଷଭ ପନ୍ତଙ୍କ କ୍ୟାପଟେନସିପ୍‌ରେ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲସ୍‌ ଟିମ୍‌କୁ ନିଜର ଆଗାମୀ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ (PBKS) ବିରୋଧରେ ଖେଳିବାର ଅଛି। ଏହି ମ୍ୟାଚ୍ ୨୦ ଏପ୍ରିଲରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଦିଲ୍ଲୀ ଟିମ୍‌ର ୧୮ ଏପ୍ରିଲରେ ପୁନେ ଯିବାର ଥିଲା, କିନ୍ତୁ ଟିମ୍‌ ମୁମ୍ବାଇ ସ୍ଥିତ ନିଜର ହୋଟେଲରେ କ୍ୱାରେଣ୍ଟାଇନ୍‌ କରି ରଖାଯାଇଥିଲା।

ନିକଟରେ ଦିଲ୍ଲୀ ଟିମ୍‌ର ଫିଜିଓ ଫରହାର୍ଟ କରୋନା ପଜିଟିଭ ବାହାରିଥିଲେ। ରିପୋର୍ଟ ଅନୁସାରେ, ପ୍ୟାଟ୍ରିକ୍‌ଙ୍କ ପରେ ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟରେ ଦିଲ୍ଲୀ ଟିମ୍‌ର ଜଣେ ଖେଳାଳି ମଧ୍ୟ ପଜିଟିଭ ଜଣାପଡିଛନ୍ତି। ଏହି ଖେଳାଳି ଜଣକ ବିଦେଶୀ। ସେହି କାରଣରୁ ଦିଲ୍ଲୀ ଫ୍ରାଞ୍ଚାଇଜ ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ସବୁ ଖେଳାଳିଙ୍କ ଦୁଇ ଦିନ ପର୍ଯ୍ୟନ୍ତ ଆରଟି-ପିସିଆର ଟେଷ୍ଟ କରାଯିବ। ଏହାପରେ କୌଣସି ନିଷ୍ପତ୍ତି ନିଆଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login