କଟକ : ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ବଢୁଛି । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଏସସିବିରେ ବଢିଲା ଆଉ ଶହେ ବେଡ୍ । ବଢୁଥିବା ଆହତଙ୍କ ସଂଖ୍ୟା ଦେଖି ତ୍ୱରିତ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ । ତେବେ ଦୁର୍ଘଟଣାକୁ ଦେଖି ପ୍ରଥମ ପର୍ୟ୍ୟାୟରେ ଶହେ ବେଡର ବ୍ୟବସ୍ଥା କରାଯାଇଥିଲା । ସମୟ ଗଡିବା ସହ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆହୁରି ଶହେ ବେଡ୍ ବୃଦ୍ଧି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ, ବର୍ତ୍ତମାନ ଏସସିବିରୁ ୬ଜଣ ଆହତଙ୍କୁ ଡିସଚାର୍ଜ କରାଯାଇଛି । ଏବେ ବି ଏସସିବିରେ ୧୭୭ଜଣଙ୍କ ଚିକିତ୍ସା ଚାଲିଛି ।
Views: 82