ବାଲେଶ୍ୱର : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ସାରା ଦେଶ ।ଜି ସ୍ତବ୍ଧ । ବାହାନଗା ଭୟଙ୍କର ତଥା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜାତିସଂଘ ସାଧାରଣ ପରିଷଦ ସଭାପତି କସୱା କାରୋସି। ଟ୍ବିଟ୍ କରି ସେ ଏନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। କସୱା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତକାଲି ରାତିରେ ବାଲେଶ୍ବର ବାହନଗାଠାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍, ଯଶୋବନ୍ଦପୁର ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା।

Views: 77