The Ultimate Managed Hosting Platform
ADVERTISEMENT

କରଣଙ୍କ ଉପରେ ରାଗିଛନ୍ତି ବିଜୟ !

Facebook
Twitter
LinkedIn

ବଲିଉଡ ଇଣ୍ଡଷ୍ଟ୍ରିରେ, କେବେ, କିଏ,  କାହା ଉପରେ ରାଗି ଯାଆନ୍ତି ତାହା ଜଣାପଡେ ନାହିଁ । ବର୍ତ୍ତମାନ ଖବର ଆସୁଛି ଯେ ‘ଲାଇଗର’ ତାରକା ବିଜୟ ଦେବରାକୋଣ୍ଡା ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଉପରେ ରାଗିଛନ୍ତି। ବାସ୍ତବରେ ବିଜୟ ଏବଂ ଅନନ୍ୟା ପାଣ୍ଡେ ‘କଫି ୱିଥ୍‌କରଣ-୭’ର ଏପିସୋଡରେ ଭାଗ ନେଇଥିଲେ। ଏହି କନଭରସେସନ୍‌ରେ ବିଜୟ ଦେବରାକୋଣ୍ଡା ‘ଚିଜ୍‌’ର କମେଣ୍ଟକୁ ଖାସ୍‌ ପସନ୍ଦ କରୁନଥିଲେ। ଯାହା ପରେ ସେ କରଣ ଜୋହରଙ୍କ ଉପରେ ରାଗି ଯାଇଛନ୍ତି।

କହିବାକୁ ଗଲେ ପାପାରାଜି ବିଜୟ ଦେବରାକୋଣ୍ଡାଙ୍କୁ ‘ଚିଜ୍‌’ କମେଣ୍ଟକୁ ମନେ ପକାଇଥିଲେ, ଯାହା ପରେ ବିଜୟ ବୋଧ ହୁଏ ଖୁସି ନଥିଲେ। ବରଂ ତାଙ୍କର ମୁଡ୍‌ ଖରାପ ହେବାର ଦେଖାଯାଉଥିଲା । କରଣ ଜୋହରରଙ୍କ ଏକ ଏପିସୋଡରେ ସାରା ଅଲି ଖାନଙ୍କୁ ପଚରାଯାଇଥିଲା ଯେ ସେ କାହାକୁ ଡେଟ କରିବାକୁ ଚାହୁଁଛନ୍ତି, ଯାହା ଉତ୍ତରରେ ସେ ବିଜୟ ଦେବରାକୋଣ୍ଡାଙ୍କ ନାମ ନେଇଥିଲେ। ଏହା ଉପରେ କରଣ ଜୋହର ଜାହ୍ନବୀ କପୁରଙ୍କୁ ବିଜୟଙ୍କୁ ପସନ୍ଦ କରନ୍ତି କି ବୋଲି ପଚାରିଥିଲେ। ଉଭୟ ଜାହ୍ନବୀ ଏବଂ ସାରା ଏକାଠି ବିଜୟଙ୍କୁ ଚିଜ୍‌ ବୋଲି କହିଥିଲେ।

ଅନନ୍ୟା ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇ କହିଥିଲେ କି ‘ଚିଜ୍‌’  ଏହା କେମିତି ହୋଇପାରିବ। ଏହା ଶୁଣିବା ପରେ ବିଜୟଙ୍କ ମୁହଁରେ କନଫ୍ୟୁଜ୍‌ ଥିବା ଦେଖିବାକୁ ମିଳିଥିଲା। ଯାହାପରେ ଲାଗୁଥିଲା କି ତାଙ୍କ ମୁଡ ଖରାପ୍‌ ଅଛି । ହେଲେ ବର୍ତ୍ତମାନ ସେ ତାଙ୍କର ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login