The Ultimate Managed Hosting Platform
ADVERTISEMENT

କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି, ଟ୍ୱିନ ସିଟିରେ ଗଡିବନି ଟ୍ରକ

Facebook
Twitter
LinkedIn

ଭୁବନେଶ୍ବର : ବଢୁଛି ଟ୍ୱିନ ସିଟିର ଟ୍ରାଫିକ ସମସ୍ୟା । ବ୍ୟସ୍ତବହୁଳ କାର୍ଯ୍ୟପାଇଁ ବାହାରିଥିବା ବେଳେ ସମସ୍ୟା ଉପୁଯାଉଛି ଟ୍ରାଫିକ । ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସଂଧ୍ୟାରେ ଭୁବନେଶ୍ବର ଓ କଟକ ମଧ୍ୟକୁ ଟ୍ରକ ମନା। ୬ ଚକିଆ କିମ୍ବା ତଦୁର୍ଦ୍ଧ ଚକିଆ ଗାଡ଼ି ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାତପଥ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟରେ ଭୁବନେଶ୍ବର କଟକ କମିଶନରେଟ ପୋଲିସ ଏହି ନିଷ୍ପତ୍ତି ନେଇଛି। ଜନସାଧାରଣଙ୍କ ସୁରକ୍ଷା ଓ ସୁଗମନାଗମନ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୋଲିସ୍ କମିସନରେଟ୍ ଭୁବନେଶ୍ବର-କଟକ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୪(୧) ଅନୁସାରେ ଏହି ନିୟମ ଲାଗୁ କରାଯାଇଛି।
ନୂଆ ନିଷ୍ପତ୍ତି ମୁତାବକ, ଏଣିକ ସନ୍ଧ୍ୟା ୫ଟାରୁ ୭.୩୦ ପର୍ୟ୍ୟନ୍ତ ସହର ମଧ୍ୟକୁ ୬ ଚକିଆ ଯାନ ପ୍ରବେଶ କରିପାରିବ ନାହିଁ । କସମୋପଲିସ ଛକରୁ ହଂସପାଳ, ଶିଖରପୁରରୁ ମଧୁପାଟଣା, ପିତାପଲ୍ଲୀ ଛକ ପଟୁ ଭୁବନେଶ୍ୱର ଆଡ଼କୁ ଓ ମଙ୍ଗୁଳି ଛକପଟୁ କଟକ ସହର ପର୍ୟ୍ୟନ୍ତ ବେଶି ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ତେଣୁ ଟ୍ୱିନ୍ ସିଟିକୁ ଟ୍ରକ, ଟ୍ରେଲର ଓ ହାଇୱା ପ୍ରବେଶ ନିଷେଧ କରାଯାଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
ଟ୍ୱିନ ସିଟିରେ ସକାଳ ୯ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ରାତି ୯.୩୦ ପର୍ୟ୍ୟନ୍ତ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । କିନ୍ତୁ ସେହି ଗାଡ଼ିଗୁଡ଼ିକୁ କମିଶନରେଟ ପୋଲିସ କାର୍ୟ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ନେବାକୁ ପଡ଼ିବ ବୋଲି କୁହାଯାଇଛି। ତେଣୁ ଭାରି ଯାନ ଉପରେ କଟକଣା ଲାଗୁ କରାଯିବା ସହ ଏନେଇ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login