ନୂଆଦିଲ୍ଲୀ : ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ । କେଜ୍ରିୱାଲଙ୍କ ସ୍ୱାସ୍ଥ୍ର୍ୟରେ ଅବନତି ଘଟିଛି । ତାଙ୍କର ଓଜନ ସାଢେ ୪ କେଜି କମିଥିବା ନେଇ ଆପ୍ କହିଛି । ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏନେଇ ଆଜି ସୂଚନା ଦେଇ କହିଛନ୍ତି, କେଜ୍ରିୱାଲ ମଧୁମେୟ ରୋଗରେ ପୀଡ଼ିତ ଅଛନ୍ତି । ସେ ଗିରଫ ହେବା ପରଠୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରେ ଲାଗିଛି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ଅତିଶୀ । ତେବେ ଯଦି କେଜ୍ରିୱାଲଙ୍କ କିଛି ଘଟେ କେବଳ ଦେଶ ନୁହେଁ ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଆପ ନେତ୍ରୀ । ସେପଟେ ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି, ଜେଲରେ ଦୁଇ ଦିନ ରହିବା ଭିତରେ କେଜ୍ରିୱାଲଙ୍କ ଓଜନ କମିନାହିଁ । ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ଖାଲି ସେତିକି ନୁହେଁ, ତିହାର ଜେଲ ଭିତରେ କେଜ୍ରିୱାଲଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି କିଛି ଗ୍ୟାଙ୍ଗଷ୍ଟର । ଗିରଫ ହୋଇ ଜେଲରେ ଥିବା କିଛି ବଡ଼ ଅପରାଧ କେଜ୍ରିୱାଲଙ୍କୁ ଆକ୍ରମଣ କରି ପରିଚିତ ହେବାକୁ ଯୋଜନା କରୁଥିବା ସୂଚନା ମିଳିଛି ।
କମିଲା କେଜ୍ରିୱାଲଙ୍କ ଓଜନ , ଜେଲରେ ହେଲେ ଅସୁସ୍ଥ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...