ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। କମିଲା ଅତ୍ୟାବଶ୍ୟକ ଔଷଧର ଦାମ। ୬୫୧ଟି ଜରୁରୀ ଔଷଧର ଦାମକୁ ଏପ୍ରିଲ ମାସରୁ କମାଇ ଦିଆଯାଇଛି। ସରକାର ଏହି ଔଷଧମାନଙ୍କର ଦାମ ଧାର୍ୟ୍ୟ କରିଦେଇଛନ୍ତି । ବର୍ତ୍ତମାନ ଏହି ଔଷଧ ଗୁଡିକର ଦାମ ୬.୭୩ ପ୍ରତିଶତ କମାଇ ଦିଆଯାଇଛି । ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍ପିପିଏ)
ଟ୍ଵିଟ୍ କରି ଏହା ଜଣାଇଛନ୍ତି। ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ୮୭୦ ଔଷଧ ଥିବା ବେଳେ ସେଥିରୁ ୬୫୧ ଔଷଧ ମୂଲ୍ୟର ସୀମା ନିର୍ଧାରଣ କରାଯାଇଛି। ସେଥିପାଇଁ ସେଗୁଡ଼ିକର ମୂଲ୍ୟରେ ହ୍ରାସ ଘଟିଛି। ହାରାହାରି ଭାବେ ଏହି ସବୁ ଔଷଧ ମୂଲ ୧୬.୬୨ ପ୍ରତିଶତ ହ୍ରାସ ହୋଇସାରିଲାଣି। ପାଇକାରୀ ମୁଦ୍ରାୟୀତି ପ୍ରଭାବରେ ଏପ୍ରିଲ୍ ପହିଲାରୁ ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ୧୨.୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ଦେଶରେ ଜରୁରୀ ମେଡିସିନର ଦାମ କମ୍ ହେବା ଦ୍ଵାରା ଏହାର ପ୍ରଭାବ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡିବ । ଯଦି ପୂର୍ବ ଦାମ କଥା କହିବା, ତେବେ ଗତବର୍ଷ ମଧ୍ୟ ଏହି ଦାମ ବୃଦ୍ଧି ପାଇଥିଲା । ହେଲେ ଚଳିତ ବର୍ଷ ଏହି ଜରୁରୀ ଔଷଧର ଦାମ କମ୍ ହୋଇଛି ।
କମିଲା ଅତ୍ୟାବଶ୍ୟକ ଔଷଧର ଦାମ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...