ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। କମିଲା ଅତ୍ୟାବଶ୍ୟକ ଔଷଧର ଦାମ। ୬୫୧ଟି ଜରୁରୀ ଔଷଧର ଦାମକୁ ଏପ୍ରିଲ ମାସରୁ କମାଇ ଦିଆଯାଇଛି। ସରକାର ଏହି ଔଷଧମାନଙ୍କର ଦାମ ଧାର୍ୟ୍ୟ କରିଦେଇଛନ୍ତି । ବର୍ତ୍ତମାନ ଏହି ଔଷଧ ଗୁଡିକର ଦାମ ୬.୭୩ ପ୍ରତିଶତ କମାଇ ଦିଆଯାଇଛି । ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍ପିପିଏ)
ଟ୍ଵିଟ୍ କରି ଏହା ଜଣାଇଛନ୍ତି। ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ୮୭୦ ଔଷଧ ଥିବା ବେଳେ ସେଥିରୁ ୬୫୧ ଔଷଧ ମୂଲ୍ୟର ସୀମା ନିର୍ଧାରଣ କରାଯାଇଛି। ସେଥିପାଇଁ ସେଗୁଡ଼ିକର ମୂଲ୍ୟରେ ହ୍ରାସ ଘଟିଛି। ହାରାହାରି ଭାବେ ଏହି ସବୁ ଔଷଧ ମୂଲ ୧୬.୬୨ ପ୍ରତିଶତ ହ୍ରାସ ହୋଇସାରିଲାଣି। ପାଇକାରୀ ମୁଦ୍ରାୟୀତି ପ୍ରଭାବରେ ଏପ୍ରିଲ୍ ପହିଲାରୁ ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ୧୨.୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ଦେଶରେ ଜରୁରୀ ମେଡିସିନର ଦାମ କମ୍ ହେବା ଦ୍ଵାରା ଏହାର ପ୍ରଭାବ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡିବ । ଯଦି ପୂର୍ବ ଦାମ କଥା କହିବା, ତେବେ ଗତବର୍ଷ ମଧ୍ୟ ଏହି ଦାମ ବୃଦ୍ଧି ପାଇଥିଲା । ହେଲେ ଚଳିତ ବର୍ଷ ଏହି ଜରୁରୀ ଔଷଧର ଦାମ କମ୍ ହୋଇଛି ।
କମିଲା ଅତ୍ୟାବଶ୍ୟକ ଔଷଧର ଦାମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











