ସୋର : ୪ ଜଣଙ୍କ ଘରୁ କବାଟ ଭାଙ୍ଗି ଲୁଟି ନେଲେ ସୁନା ଗହଣା । ଯାତ୍ରା ଦେଖିବାକୁ ଯାଇଥିବା ବେଳେ ୪ ଜଣଙ୍କ ଘରୁ ଲୁଟ । ତୁଣ୍ଡପଡା ଗାଁରେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଲୁଟ । ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ । ସୂଚନା ଅନୁସାରେ ଗତକାଲି ସୋର ପୌରପାଳିକା ଅନ୍ତର୍ଗତ ୧୬ନଂ ତୁଣ୍ଡପଡ଼ା ଗ୍ରାମରେ ସଞ୍ଜୟ ନାୟକ, ମାର୍କଣ୍ଡ ନାୟକ, ଧିରେନ ଦାସ ଓ ମନ୍ମଥ ନାୟକଙ୍କ ପରିବାର ଗତକାଲି ଯାତ୍ରା ଦେଖିବାକୁ ଯାଇଥିଲେ । ଏହି ସମୟରେ ୧୦ରୁ ଅଧିକ ଦୁର୍ବୃତ୍ତ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି କ୍ଷ ସିସିଟିଭି କ୍ୟାମେରାରେ କଏଦ ହୋଈଛି ଲୁଟ୍ ସମୟର ଦୃଶ୍ୟ । ଏଭଳି ସିରିଜ ଲୁଟ ପୋଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି । ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
Views: 43