ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ପୋଲିସର ଆକ୍ସନ । କଫ ସିରପ କମ୍ପାନୀ ମାଲିକ ଗିରଫ । କଫ୍ ସିରପ ନିର୍ମାତା କମ୍ପାନୀ ଶ୍ରୀସନ ମେଡିକାଲ୍ସ ମାଲିକ ଗିରଫ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜକୁ ନେଇ ପୋଲିସର ପଚରାଉଚରା । କଫ ସିରପ ପିଇ ମଧ୍ୟପ୍ରଦେଶରେ ୨୧ ଶିଶୁଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ ପୋଲିସ ଏହି ଗମ୍ଭୀର ମାମଲାକୁ ଦୃଷ୍ଟିରେ ରଖି ଶ୍ରୀସନ ଔଷଧ କମ୍ପାନୀର ପଳାତକ ମାଲିକଙ୍କ ଉପରେ ପୁରସ୍କାର ଘୋଷଣା କରିଥିଲା । ଅଭିଯୁକ୍ତଙ୍କୁ ଗିରଫ କରିବାରେ ସାହାଯ୍ୟ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ୨୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା । କମ୍ପାନୀର ପଳାତକ ମାଲିକମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର SIT ଦଳ ମଧ୍ୟ ଗଠନ କରାଯାଇଥିଲା । ଯାହାର ପରିଣାମ ସ୍ୱରୂପ ରଙ୍ଗନାଥନଙ୍କୁ ଗିରଫ କରାଯାଇଥିଲା । ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ବୁଧବାର କହିଛନ୍ତି ଯେ, ରାଜ୍ୟରେ ୨୦ ଜଣ ଶିଶୁ ଦୂଷିତ କଫ ସିରପ ଖାଇ ମୃତ୍ୟୁବରଣ କରିଛନ୍ତି ଏବଂ ଏହି ଗୁରୁତର ଅବହେଳା ପାଇଁ ତାମିଲନାଡୁ ସରକାର ଦାୟୀ ।
କଫ ସିରପ ଶିଶୁ ମୃତ୍ୟୁ ମାମଲା ; କମ୍ପାନୀ ମାଲିକ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ
ଭୁବନେଶ୍ୱର : ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା...
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...











