The Ultimate Managed Hosting Platform
ADVERTISEMENT

କନ୍ୟା ସନ୍ତାନ ଜନ୍ମ ଦେଲେ ମୁକେଶ ଅମ୍ବାନୀଙ୍କ ବୋହୂ ଶ୍ଲୋକା ଅମ୍ବାନୀ

Facebook
Twitter
LinkedIn

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ ଘରେ ପୁଣିଥରେ ଖୁସିର ଲହରୀ ଖେଳିଛି। ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ପୁଣିଥରେ ବାପା ହୋଇଛନ୍ତି। ଆକାଶଙ୍କ ପତ୍ନୀ ଶ୍ଲୋକା ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦୁହେଁ ଦ୍ୱିତୀୟ ଥର ପାଇଁ ମା’, ବାପା ହୋଇଛନ୍ତି। ଏହା ପୂର୍ବରୁ ସେମାନଙ୍କର ଏକ ପୁତ୍ର ସନ୍ତାନ ‘ପୃଥ୍ଵୀ’ ଅଛି। କନ୍ୟା ସନ୍ତାନର ଆଗମନରେ ଅମ୍ବାନୀ ପରିବାର ବହୁତ ଖୁସି ଅଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ୟୋଗେନ ଶାହ ମଧ୍ୟ ନିଜର ଇନ୍ଷ୍ଟାଗ୍ରାମରେ ଏ ନେଇ ସୂଚନା ସେୟାର କରିଛନ୍ତି। ଯଦିଓ ଏ ପର୍ୟ୍ୟନ୍ତ ଅମ୍ବାନୀ ପରିବାର ତରଫରୁ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଆକାଶ ଓ ଶ୍ଲୋକା ପ୍ରଥମ ଥର ୨୦୨୦ରେ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login