The Ultimate Managed Hosting Platform
ADVERTISEMENT

କନ୍ନଡ ବ୍ୟତୀତ ହିନ୍ଦୀ ବକ୍ସଅଫିସ୍‌ରେ ଧମାଲ୍‌ କରୁଛି KGF-୨

Facebook
Twitter
LinkedIn

ସୁପରଷ୍ଟାର ତଥା ରକ୍‌ଷ୍ଟାର ୟଶଙ୍କ ଫିଲ୍ମ KGF ପାର୍ଟ-୧ ପରେ ପାର୍ଟ-୨ ବକ୍ସ ଅଫିସରେ କରୁଛି ଧମାଲ୍‌। ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ସମେତ ୧୨୦୦୦ ସ୍କ୍ରିନ୍‌ରେ ମୁକ୍ତିଲାଭ କରିଛି । ଫିଲ୍ମଟି ପ୍ରତ୍ୟେକ ଭାଷାରେ ଭଲ କଲେକ୍ସନ ପାଇବାରେ ଲାଗିଛି ।

ସାରା ଦେଶରେ ଫିଲ୍ମଟି ପ୍ରଥମ ଦିନରେ ୧୬୫ କୋଟି ରୋଜଗାର କରିବା ସହ ଦ୍ୱିତୀୟ ଦିନରେ ମଧ୍ୟ ସଫଳତା ଜାରି ରଖିଛି । କେବଳ ଏତିକି ନୁହେଁ, କନ୍ନଡ ଚଳଚ୍ଚିତ୍ର ହେବା ସତ୍ତ୍ୱେ ଫିଲ୍ମଟି ହିନ୍ଦୀ ବକ୍ସ ଅଫିସରେ ଏକ ଧମାଲ୍‌ ସୃଷ୍ଟି କରିଛି ।

ବକ୍ସ ଅଫିସ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୟଶଙ୍କ ଫିଲ୍ମ କେଜିଏଫ୍ -୧ ଦ୍ୱିତୀୟ ଦିନରେ ହିନ୍ଦୀରେ ୪୩-୨୨ କୋଟି ଆୟ କରିଛି। ସେହି ଅନୁଯାୟୀ, ଫିଲ୍ମଟି ୨ୟ ଦିନରେ ହିନ୍ଦୀରେ ୯୬ କୋଟି କଲେକ୍ସନ କରିଛି । ଦ୍ୱିତୀୟ ଦିନରେ ମଧ୍ୟ ଚଳଚ୍ଚିତ୍ରର କଲେକ୍ସନ ବାକି ଫିଲ୍ମ ଅପେକ୍ଷା ବହୁତ ଭଲ ରହିଛି ବୋଲି ଜଣାପଡୁଛି । ଏଥିରୁ ଜଣାପଡୁଛି କି, ଫିଲ୍ମର କଲେକ୍ସନ ଆଗକୁ ଆହୁରି ବଢିପାରେ। କହିବାକୁ ଗଲେ ଯ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଫିଲ୍ମ କଲେକ୍ସନ ଜାରି ରହିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମର ଏହା ହେଉଛି ଦ୍ୱିତୀୟ ଭାଗ । ଏଥିରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ରବିନା ଟଣ୍ଡନ୍, ଶ୍ରୀନନ୍ଦୀ ଶେଟ୍ଟୀ ଅଭିନୟ କରିଛନ୍ତି ଏବଂ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । KGF ପାର୍ଟ-୨ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ଏହି ଫିଲ୍ମଟି ଆଗୁଆ ବୁକିଂରେ ଏକ ରେକର୍ଡ ସୃଷ୍ଟି କରିଛି।​ କାହିଁକି ନା ଆଡଭାନ୍ସ ବୁକିଂରୁ ୨୦ କୋଟି କଲେକ୍ସନ ହୋଇସାରିଛି।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...

ADVERTISEMENT
ଆସିଲା “ସୁଭଦ୍ରା” ଦ୍ୱିତୀୟ କିସ୍ତି ଟଙ୍କା

ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...

Login