ଗଜପତି : ଗଜପତି ମୋହନା ଅଞ୍ଚଳରେ ହାଲୁକା ଶୀତ ଅନୁଭୂତ । ହାଲୁକା ଶୀତ ସହ ରାସ୍ତା ଘାଟରେ ଦେଖାଦେଲାଣି କୁହୁଡି । କୁହୁଡି ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ।
ସେହିପରି କନ୍ଧମାଳ ଜିଲ୍ଲାରେ ସକାଳୁ ସକାଳୁ ହାଲୁକା ଶୀତ ଅନୁଭୂତ ହେଉଛି । ଜଙ୍ଗଲ ଏରିଆ ହୋଇଥିବାରୁ ଏବେ ଶୀତ ପଡ଼ିବା ସହ ରାସ୍ତା ଘାଟରେ କୁହୁଡ଼ି ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେବ ବର୍ଷା ଯିବା ପରେ ରାତି ଦଶଟାରୁ କୁହୁଡ଼ି ଆରମ୍ଭ ହୋଇ ସକାଳ ପ୍ରାୟ ଆଠଟା ପର୍ୟ୍ୟନ୍ତ ଜିଲ୍ଲାର ଚତୁଃପାର୍ଶ୍ୱରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି ।
Views: 25