The Ultimate Managed Hosting Platform
ADVERTISEMENT

କଣ ରହିଛି ପଣସ ଖାଇବାର ଫାଇଦା ? ଜାଣନ୍ତୁ ଏହାର ଉପକାର

Facebook
Twitter
LinkedIn

ବ୍ୟରୋ : ପଣସ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ପାଚନ ଶକ୍ତି ବୃଦ୍ଧି ଏବଂ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଉପଯୋଗୀ । ଏହା ବ୍ୟତୀତ ପଣସରେ ମ୍ୟାଗ୍ନେସିୟମ୍,ପୋଟାସିୟମ୍, ଆଇରନ୍,କ୍ୟାଲସିୟମ ଓ ଫଲିକ୍ ଏସିଡ୍ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ । ତେବେ ପଣସ ଖାଦ୍ୟରେ ସାମିଲ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ପଣସରେ ଫାଇବରର ଗୁଣ ଥିବାରୁ ହଜମ ଠିକ ଭାବେ ହୋଇଥାଏ । ଅନ୍ତନଳୀ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାଏ । ଏହା କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ ।
ପଣସରେ ଭିଟାମିନ ସି ର ଗୁଣ ଥିବାରୁ ଏହା ଜୀବାଣୁମାନଙ୍କ ସହିତ ଲଢେଇ କରି ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଏଥିରେ ପୋଟାସିୟମ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦରୋଗର ଆଶଙ୍କା କମ କରେ।
ଏଥିରେ ଥିବା ଫାଇବର ଗୁଣ କାରଣରୁ ପେଟ ଫୁଲ ଥିବା ଅନୁଭବ କରାଏ । ଯାହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବାରେ ବଡ ଭୂମିକା ନିର୍ବାହ କରେ ।
ପଣସରେ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ଥାଏ, ଯାହା ଆପଣଙ୍କ ହାଡ଼କୁ ମଜବୁତ କରେ ଏବଂ ହାଡ଼ ଜନିତ ସମସ୍ୟାକୁ ଦୂର କରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login