ଭୁବନେଶ୍ୱର : । ଲଭ, ସେକ୍ସ, ଧୋକା । ସିଙ୍ଗରଙ୍କ ନାଁରେ ପ୍ରେମ ପ୍ରତାରଣାର ଅଭିଯୋଗ । ଗିରଫ ହେଲେ ଓଡିଆ କଣ୍ଠଶିଳ୍ପୀ ଦେବେଶ ପତି । ଦେବେଶ ପତିଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଭଦ୍ରକର ଜଣେ ଯୁବତୀଙ୍କୁ ଅଭିଯୋଗ ଆଧାରରେ ଗିରଫ । ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାକ୍ରାର ଓ ଟଙ୍କା ଲୁଟିବା ଅଭିଯୋଗରେ ଏହି ଚର୍ଚ୍ଚିତ ସିଙ୍ଗରଙ୍କୁ ଗିରଫ କରିଛି ପୋଲିସ । ଯୁବତୀଙ୍କ ଠାରୁ ଦେବେଶ ଟଙ୍କା ଠକିଥିବା ମଧ୍ୟ ଅଭିଯୋଗ ।
ଦେବେଶଙ୍କ ଘର ଯାଜପୁରରେ । ଚର୍ଚ୍ଚିତ ଗୀତ ଲଚକମଣି ବେବିଲୋ, ବୟଫ୍ରେଣ୍ଡ ତୋର ହେବି ଲୋ ଗୀତରେ କଣ୍ଠଦାନ କରିଥିଲେ । ଗତ ବୁଧବାର ରାତିରେ ପୋଲିସ ତାଙ୍କୁ ଗିରଫ କରିବା ପରେ ଗତକାଲି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଦେବେଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭଦ୍ରକ ଅଞ୍ଚଳର ଯୁବତୀଙ୍କୁ ଦେବେଶ ଭଲ ପାଇ ପ୍ରତାରଣା କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଅଭିଯୋଗ କରିଥିଲେ, ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ସହ ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଦେବେଶ । ତାଙ୍କ ବିରୋଧରେ ଆଇପିସିର ଦଫା ୩୭୬, ୪୨୦, ୪୦୬, ୩୧୩, ୨୯୪, ୫୦୬ ଓ ୬୬/୭୭ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି ।
କଣ୍ଠଶିଳ୍ପୀ ଦେବେଶ ପତି ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











