ଜଳେଶ୍ୱର : ଜୁକନୁଣ୍ଡି ନିକଟରେ କଣ୍ଟେନରକୁ ଧକ୍କା ଦେଲା କଣ୍ଟେନର । ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଦୁଇ କଣ୍ଟେନରଙ୍କୁ ଜବତ କଲା ବସ୍ତା ଥାନା ପୋଲିସ । ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ଦୁଇଟି ଯାକକଣ୍ଟେନର । ଗୋଟିଏ କଣ୍ଟେନରକୁ ପଛ ପଟୁ ଅନ୍ୟ ଏକ କଣ୍ଟେନର ପିଟିବା ପରେ ଗାଡ଼ି ଭିତରେ ଚାପି ହୋଇଗଲେ ଡ୍ରାଇଭର ଓ ହେଲପର । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗ୍ୟାସ କଟରରେ ଗାଡ଼ିକୁ କାଟୁଛନ୍ତି । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଘଟଣାସ୍ଥଳରେ ରୁପ୍ସା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Views: 39