ଭୁବନେଶ୍ୱର : ଓଡ଼ିଶାର ଆଉ ୨ ସାମଗ୍ରୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ ଓ ନୟାଗଡ଼ ଜିଲ୍ଲା କଣ୍ଟିଲୋ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା।ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଂଚଳରେ ଉତ୍ପାଦିତ ଏହି ସ୍ୱତନ୍ତ୍ର କୃଷିଜାତ ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କଣ୍ଟେଇମୁଣ୍ଡି ବାଇଗଣର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି। ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରୀ ନିଆରା। କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ମାନଙ୍କ ପ୍ରମୁଖ ଖାଦ୍ୟ କାଇ ଚଟଣୀକୁ ଜିଆଇ ମାନ୍ୟତା ପାଇଁ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓୟୁଏଟି ମାଧ୍ୟମରେ ଆବେଦନ କରାଯାଇଥିଲା। ଏବେ ଜିଆଇ ଟ୍ୟାଗ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ଜର୍ନାଲରେ ପ୍ରକାଶିତ ହୋଇଛି। କାଇ ଚଟଣୀରେ ବହୁ ଔଷଧୀୟ ଗୁଣ ରହିଥିବା ଦାବି କରି ଆସୁଛି ମୟୂରଭଞ୍ଜ କାଇ ସୋସାଇଟି।