ଖୋର୍ଦ୍ଧା : ମାନପୁର ଗାଁ ପୋଖରୀ ନିକଟରୁ କଟା ପାପୁଲି ଜବତ । କଟା ପାପୁଲି ଜବତ କଲା ଜଙ୍କିଆ ଥାନା ପୋଲିସ । ସକାଳେ କୁକୁର କଟା ପାପୁଲି ଧରି ବୁଲୁଥିବା ଲୋକେ ଦେଖିଥିଲେ । କଟା ପାପୁଲି ଫରେନସିକ ଲ୍ୟାବ ପଠାଇ ପୋଲିସର ତଦନ୍ତ ଜାରି । କଟା ପାପୁଲି କାହାର ଓ କେଉଁଠୁ ଆସିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏପରିକି କୌଣସି ବ୍ୟକ୍ତିଙ୍କ ହାତକୁ କାଟି ଦୁର୍ବୃତମାନେ ଫୋପାଡି ଦେଇଥିବା ଚର୍ଚ୍ଚା ହେଉଛି । ସେପଟେ ଜଙ୍କିଆ ଥାନା ଅଧିକାରୀ କହିଛନ୍ତି ଏହା ଛିଣ୍ଡା ହାତ ପାପୁଲି । ଏହାକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । କୌଣସି ଦୁର୍ଘଟଣାରେ ଏହି ହାତ ଛିଣ୍ଡିଛି ନା କୌଣସି ହତ୍ୟାକାଣ୍ଡ ଘଟିଛି ସେ ନେଇ ତଦନ୍ତ ଚାଲିଛି ଓ ଏହାକୁ ଲାବ୍ରେଟୋରୀକୁ ପଠାଯିବ ।
Views: 71