କଟକ: କଟକ ନୂଆ-ଓ କାର୍ଯ୍ୟକ୍ରମରେ ଟାସ୍କ ଦେଲେ ଭିକେ ପାଣ୍ଡିଆନ । ସର୍ବାଧିକ ବ୍ୟବଧାନରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନାଇବେ କହିଲେ । ୨୦୧୪ ଓ ୨୦୧୯ରେ କିଏ କେତେ ମାର୍ଜିନରେ ଜିତିଥିଲେ , ଜାଣିଛି । ୨୦୨୪ରେ ରେକର୍ଡ ମାର୍ଜିନରେ ଜିତିବାକୁ ଆଶା କରୁଛି । ବିଜେଡି ଜିତିବା ନିଶ୍ଚିତ, କେତେ ମାର୍ଜିନରେ ଜିତିବେ ଗୁରୁତ୍ୱପୂର୍ଣ୍ଣ । ଯିଏ ସର୍ବାଧିକ ମାର୍ଜିନରେ ଜିତିବେ , ତାଙ୍କୁ ନବୀନ ନିବାସ ଡାକିବି । ନବୀନ ନିବାସ ଡାକି ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବି । ସେମାନଙ୍କର ଯେଉଁ କାମ ଅଛି ତାକୁ ଯୋରଦାର କରାଯିବ ।
Views: 92











