କଟକ : ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ତନାଘନା । ହାତୀପୋଖରୀ ଓ କଦମ ଏ ରସୁଲ ଅଞ୍ଚଳରେ କମିଶନରେଟ ପୋଲିସର ଯାଞ୍ଚ । ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଘର ଘର ବୁଲି କେନ୍ଦ୍ରୀୟ ଫୋର୍ସ ସହ ଯାଞ୍ଚ କରୁଛି କମିଶନରେଟ ପୋଲିସ । ୫ରୁ ୬ ଅଭିଯୁକ୍ତଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି । ଅନ୍ୟପଟେ ସ୍ବାଭାବିକ ହୋଇଛି ସିଲଭର୍ ସିଟି। ପୁଣି ଚଳଚଞ୍ଚଳ ହୋଇଉଠିଛି କଟକ । ଭାଇଚାରାର ସହରରେ ସମସ୍ତେ ପୁଣି ଏକାଠି । ସମସ୍ତ ଦୋକାନ ବଜାର ଖୋଲିଛି । ଇଣ୍ଟରନେଟ ସେବା ବି ସ୍ବାଭାବିକ ହୋଇଛି। ତଥାପି ସହରର ବିଭିନ୍ନ ଅଞ୍ଚଳରେ କଡା ପାଟ୍ରୋଲିଂ କରୁଛି ପୋଲିସ । କର୍ଫ୍ୟୁ ସମୟରେ ଇଣ୍ଟରନେଟ ବନ୍ଦ ଥିବାରୁ ହନ୍ତସନ୍ତ ହୋଇଥିଲେ ଅନେକ ରୋଗୀ । ଆୟୁଷ୍ମାନ କାର୍ଡଧାରୀଙ୍କ ଚିକିତ୍ସା ଓ ଡିସଚାର୍ଜରେ ବାଧା ଦେଖାଦେଇଥିଲା । ଏବେ ସ୍ଥିତି ସୁଧୁରୁଛି ।
Views: 41