The Ultimate Managed Hosting Platform
ADVERTISEMENT

କଟକରେ ପୋଲ ଭୁଶୁଡ଼ି ନାବାଳିକା ଗୁରୁତର

Facebook
Twitter
LinkedIn

କଟକ: କଟକ କେଶରପୁର ନିକଟରେ ପୋଲ ଭୁଶୁଡ଼ି ମଙ୍ଗଳବାର ଅପରାହ୍ଣରେ ଜଣେ ନାବାଳିକା ଗୁରୁତର ହୋଇଛି । ବକ୍ସ ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡ଼ି ପଡ଼ିବାରୁ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସେ ଚାଲୁଥିବା ବେଳେ ପୋଲ ଓ କଡ଼ରେ ଥିବା ଲୁହା ପାଇପ୍ରେ ନାବାଳିକା ଚାପି ହୋଇଯାଇଛନ୍ତି। ନାବାଳିକା ଜଣକ ଉକ୍ତ କେଶରପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ୪୫ମିନିଟ ପରେ କ୍ରେନ ସାହାଯ୍ୟରେ ପାଇପ ତାଡ଼ିବ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login