କଟକ : କଟକ ଚୈାଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ । ସକାଳୁ ସକାଳୁ ଦୋକାନରେ ନିଆଁ ଲାଗିଥିବା ସୂଚନା । ଚୌଧୁରୀବଜାର ଗୌରଶଙ୍କର ପାର୍କ ନିକଟ ବିଲ୍ଡିଂରେ ନିଆଁ। ଏକ ଲୁଗା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୫ ମହଲା ବିଲ୍ଡିଂର ଗ୍ରାଉଣ୍ଡ ସହ ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ନିଆଁ ଲାଗିଛି। ପ୍ରଥମେ ତଳ ମହଲାରେ ନିଆଁ ଲାଗିବା ପରେ ଉପର ମହଲାକୁ ବ୍ୟାପିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପହଁଚିଥିଲା ୩ଟି ଅଗ୍ନିଶମ ଟିମ୍ । ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Views: 95