The Ultimate Managed Hosting Platform
ADVERTISEMENT

କଙ୍ଗାରୁ କୋର୍ଟ କରି, ଦୁଇ ବର୍ଷରୁ ଅଧିକ ଗୋଟିଏ ପରିବାର କୁ ସାମାଜିକ ବାସନ୍ଦ।

Facebook
Twitter
LinkedIn

ଗାଁ କଙ୍ଗାରୁ କୋର୍ଟରେ ଶିକାର ହୋଇ ସାମାଜିକ ବାସନ୍ଦ ଦଣ୍ଡ ଭୋଗୁଛନ୍ତି ବସ୍ତା ବ୍ଲକ ମନ୍ତାପାଳ ଗ୍ରାମର ଗୋଟିଏ ପରିବାର। ଅଭିଯୋଗ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ମନ୍ତାପାଳ ଗ୍ରାମର କମଳ ଲୋଚନ ସାମନ୍ତଙ୍କ ପୁଅ ଶାନ୍ତନୁ ମଧ୍ୟପ୍ରଦେଶର ମାଇନିଂ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଶାନ୍ତନୁ ୨୦୨୦ ମସିହା ଜୁଲାଇ ମାସ କରୋନା ମହାମାରୀ ସମୟରେ ସରକାରଙ୍କ ଗାଇଡ ଲାଇନ ମାନି ନିଜ ଖର୍ଚ୍ଚରେ ମଧ୍ୟ ପ୍ରଦେଶରୁ ନିଜ ପୈତୃକ ଗାଁ କୁ ଆସିଥିଲେ।ସେ ସମୟରେ ସ୍ଥାନୀୟ ବିଡ଼ିଓ ଓ ପ୍ରଶାସନ କୁ ଅବଗତ କରି, ସରକାରୀ ଗାଇଡ ଲାଇନ ମାନି ନିଜ ଘରେ ହୋମ କୋରେନ୍ଟାଇନ ରହିଥିଲେ ।ମାତ୍ର ଗାଁର କିଛି ନେତୃ ସ୍ଥାନୀୟ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି । ଏମିତିକି ଗାଁ ବୈଠକକୁ ଡାକି ଅପମାନ ଦେଇ ବାହାର କରିଦେଇଥିଲେ। ତେବେ ସରକାର କରୋନା କଟକଣା ପ୍ରତ୍ୟାହାର କରିଛନ୍ତି ।କରୋନା କଟକଣା ପ୍ରତ୍ୟାହାରର ଦେଢ଼ ବର୍ଷ ପରେ ମଧ୍ୟ ଏହି ପରିବାର ସମାଜିକ ବାସନ୍ଦ ରୁ ମୁକ୍ତି ପାଇ ନାହାନ୍ତି। ଏମିତିକି ଗାଁରେ ନିଆଁ,ପାଣି ବନ୍ଦ କରି ରଖିଛନ୍ତି ,ଏହା ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି। ଗାଁର କୈାଣସି ସୁବିଧା ସୁଯୋଗ ଏହି ପରିବାରକୁ ଦିଆ ଯାଉନାହିଁ ।ଯିଏ ଏହି ପରିବାର ସହିତ ସମ୍ପର୍କ ରଖିବ ତାଙ୍କ ଉପରେ ଗାଁ ମାଲିକର ନାଲି ଆଖି ସହିତ, ମୋଟା ଅଙ୍କର ଯୋରିମାନା ଦଣ୍ଡ ଗଣିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଏହା ଫଳରେ ଗାଁ ଗ୍ରୋସରୀ ଦୋକାନୀ କିମ୍ବା ଧାନ ପେସା ମେମିନରେ ଧାନ ପେସିବା ପାଇଁ ଗଲେ ହଲ୍ ମାଲିକ ବା ଦୋକାନୀ ମନା କରୁଛନ୍ତି ବୋଲି କହିଛନ୍ତି । ଏହି ପରିବାର, ତେବେ ସରକାର ଓ ଆଇନ ବ୍ୟବସ୍ଥାରେ ଏଭଳି କଙ୍ଗାରୁ କୋର୍ଟ ଅବୈଧ ଓ ବେଆଇନ ବୋଲି ଘୋଷଣା କରିଥିଲେ। ଏହି ଗାଁ କମିଟି ସରକାରଙ୍କ ନିୟମ ଆଇନ କାନୁନ୍ କୁ ଖାତିର ନକରି ଏହି ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି।


ଯାହା ପାଇଁ ଏହି ପରିବାର ଏବେ ନ୍ୟାୟ ପାଇଁ ମାନବାଧିକାର କମଶନର ନିକଟରେ ଦ୍ବାରସ୍ଥ ହେବା ସହିତ ନ୍ୟାୟ ପାଇଁ ରାଜ କିଶୋର ସାମନ୍ତ ,ତାଙ୍କ ମାଆ
ସନ୍ଧ୍ୟା ରାଣୀ ସାମନ୍ତ ସମେତ ସମସ୍ତ ପରିବାର ବର୍ଗ ନିବେଦନ କରିଛନ୍ତି। ତେବେ ଏନେଇ ଗ୍ରାମ୍ୟ କମିଟି ର ମାଲିକ ଭାନୁଚଣ ପାଳ ଓ ସଦସ୍ୟ ସୁଦର୍ଶନ ପାଳ ଙ୍କୁ ଯୋଗାଯୋଗ କରିବାରୁ ସାମାଜିକ ବାସନ୍ଦ ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ତେବେ କୋଭିଡ ସମୟରେ ହୋମ କୋରେଣ୍ଟାଇନ କୁ ନେଇ ପଚରା ଉଚୁରା କରିବାରୁ ପରିବାର ବର୍ଗ ଓଲଟି ଗ୍ରାମ୍ୟ କମିଟି କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିଥିଲେ ବୋଲି କହିଛନ୍ତ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login