ଭୁବନେଶ୍ୱର : କଏଦୀଙ୍କ ଦେହରେ ଜିପିଏସ ଲଗାଇବାକୁ ଜେଲ ବିଭାଗର ପ୍ରସ୍ତାବ । ଜେଲରୁ କଏଦୀଙ୍କ ବୋଝ କମାଇବାକୁ ହାଇଟେକ ପ୍ରସ୍ତାବ । ସାଧାରଣ ଅପରାଧରେ ସମ୍ପୃକ୍ତ କଏଦୀଙ୍କ ଠାରେ ଲାଗିବ ଜିପିଏସ । ୭ ବର୍ଷରୁ କମ ସଜା ହେବାକୁ ଥିବା କଏଦୀଙ୍କ ଠାରେ ଲାଗିବ ଜିପିଏସ । ଏଭଳି କଏଦୀଙ୍କୁ ଆଉ ଜେଲର ୪ କାନ୍ଥ ଭିତରେ ରଖାଯିବନି । ଜିପିଏସ ଲଗାଇ ଏଭଳି ଅପରାଧୀଙ୍କୁ ଘରକୁ ଛାଡିବାକୁ ପ୍ରସ୍ତାବ । ଆଣ୍ଠୁରେ ଲାଗିବ ଟ୍ରାକର , ଏମାନଙ୍କ ଅବସ୍ଥିତି ସମ୍ପର୍କରେ ଜଣାପଡିବ । ଏମାନଙ୍କ ଗତିବଧି ବିଷୟରେ ଜେଲ କର୍ତ୍ତୁପକ୍ଷଙ୍କ ପାଖରେ ତଥ୍ୟ ରହିବ । ଜିପିଏସ କାଢିବାକୁ ଚେଷ୍ଟା କଲେ ସ୍ଥାନୀୟ ଥାନାକୁ ଆଲର୍ଟ ଯିବ । ଏ ନେଇ ସୂଚନା ଦେଇଛନ୍ତି ଜେଲ ବିଭାଗ ମନୋଜ ଛାବ୍ରା ।
Views: 99











