ଭୁବନେଶ୍ୱର : ଭୁବନେଶ୍ୱର କଂଗ୍ରେସ ଭବନ ବାହାରେ ହାଇଡ୍ରାମା । ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା । ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧର କଂଗ୍ରେସରେ ମିଶିବାକୁ ଆସିଛନ୍ତି । ସେପଟେ କଂଗ୍ରେସ ଭବନରେ ପଡିଛି ତାଲା । ଖୋଲୁନି କଂଗ୍ରେସ ଭବନ ଗେଟ । ପିସିସି ସଭାପତି ନୂଆପଡାରେ । କିଏ ଡାକଛନ୍ତି ଜାଣିନୁ କହିଲେ କଂଗ୍ରେସ କର୍ମୀ ।
ଅନ୍ୟପଟେ ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହୋଇଛି ବୋଲି କହୁଛନ୍ତି ନାଣ୍ଡୁ ଧଳ । ତାରା ପ୍ରସାଦ ବାହିନୀପତିଙ୍କ ସହ ମଧ୍ୟ କଥା ହୋଇ ଆସିଛି । କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ , କେହି ଅଟକାଇ ପାରିବେ ନାହିଁ । ମୁଁ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବି । ତେବେ ଏହାକୁ ରୋକିଲେ କଂଗ୍ରେସ ଭବନ ବାହାରେ ଜଗିଥିବା ପୋଲିସ । ମୁଁ ଦିଲ୍ଲୀ ଯିବି , ତାଙ୍କ କଥା ସେମାନେ ବୁଝିବେ
Views: 37