ନୂଆଦିଲ୍ଲୀ : ସାଂସଦ ପଦ ଯିବାପରେ ସୋମବାର ରାହୁଲ ଗାନ୍ଧିଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯିବାର ଦିନକ ପରେ କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ କରାଯାଇଛି ‘ମେରା ଘର ଆପକା ଘର’ ଅଭିଯାନ। ଦଳ ପକ୍ଷରୁ ମଙ୍ଗଳବାର ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଲେଖାଯାଇଛି ‘ମେରା ଘର ଆପକା ଘର’। ସୋମବାର ଏପ୍ରିଲ ୨୨ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ନୋଟିସ ଦିଆଯାଇଥିଲା। ରାହୁଲ ମଧ୍ୟ ନୋଟିସକୁ ସମ୍ମାନ ଜଣାଇ ଏହି ବଙ୍ଗଳାରେ ତାଙ୍କର ବହୁ ସ୍ମୃତି ଜଡ଼ିତ ଥିଲେ ମଧ୍ୟ ତାହା ଛାଡ଼ିବେ ବୋଲି କହିଥିଲେ। ଏହାପରେ କଂଗ୍ରେସ ଆରମ୍ଭ କରିଛି ‘ମେରା ଘର ଆପକା ଘର’ ଅଭିଯାନ ଏବଂ ଅନେକ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଘର ଅଫର କରିଛନ୍ତି। ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଲହୁରାବିର ଅଞ୍ଚଳରେ ଥିବା ତାଙ୍କ ଘର ଆଗରେ ଏକ ବୋର୍ଡ ମାରିଛନ୍ତି ଯେଉଁଥିରେ ଲେଖା ହୋଇଛି ‘ମେରା ଘର ଶ୍ରୀ ରାହୁଲ ଗାନ୍ଧି କା ଘର’। ଅଜୟ ରାୟ ହିନ୍ଦୀରେ ଟ୍ୱିଟ୍ କରିଛନ୍ତି ‘‘ତାନାଶାହ ଆପ କିତନେ ଘର ଖାଲୀ କରାଓଗେ? ହର କାଂଗ୍ରେସ କାର୍ୟକର୍ତ୍ତା କା ଘର ରାହୁଲ ଜୀ କା ଘର ହୈ। ଆଜ ହମନେ କାଶୀ ସ୍ଥିତୀ ଆବାସ କୋ ଶ୍ରୀ ରାହୁଲ ଜୀ କୋ ସମର୍ପିତ କିୟା। ଆଇୟେ ରାହୁଲ ଜୀ! କାଶୀ ମେଂ ଆପକା ସ୍ୱାଗତ ହୈ।’’ରାଜ୍ୟ କଂଗ୍ରେସ ମୁଖପାତ୍ର ଅଶୋକ ସିଂହ କହିଛନ୍ତି, ରାହୁଲ ଗାନ୍ଧି ‘ଲୋକଙ୍କ ହୃଦୟରେ ଘର କରିଛନ୍ତି’। ତାଙ୍କ ପାଇଁ ପ୍ରତ୍ୟେକ ଘରର ଦ୍ୱାର ଉନ୍ମୁକ୍ତ’।
କଂଗ୍ରେସ ଆରମ୍ଭ କଲା ‘ମେରା ଘର ଆପକା ଘର’ ଅଭିଯାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











