ନୂଆଦିଲ୍ଲୀ : ସାଂସଦ ପଦ ଯିବାପରେ ସୋମବାର ରାହୁଲ ଗାନ୍ଧିଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯିବାର ଦିନକ ପରେ କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ କରାଯାଇଛି ‘ମେରା ଘର ଆପକା ଘର’ ଅଭିଯାନ। ଦଳ ପକ୍ଷରୁ ମଙ୍ଗଳବାର ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଲେଖାଯାଇଛି ‘ମେରା ଘର ଆପକା ଘର’। ସୋମବାର ଏପ୍ରିଲ ୨୨ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ନୋଟିସ ଦିଆଯାଇଥିଲା। ରାହୁଲ ମଧ୍ୟ ନୋଟିସକୁ ସମ୍ମାନ ଜଣାଇ ଏହି ବଙ୍ଗଳାରେ ତାଙ୍କର ବହୁ ସ୍ମୃତି ଜଡ଼ିତ ଥିଲେ ମଧ୍ୟ ତାହା ଛାଡ଼ିବେ ବୋଲି କହିଥିଲେ। ଏହାପରେ କଂଗ୍ରେସ ଆରମ୍ଭ କରିଛି ‘ମେରା ଘର ଆପକା ଘର’ ଅଭିଯାନ ଏବଂ ଅନେକ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଘର ଅଫର କରିଛନ୍ତି। ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଲହୁରାବିର ଅଞ୍ଚଳରେ ଥିବା ତାଙ୍କ ଘର ଆଗରେ ଏକ ବୋର୍ଡ ମାରିଛନ୍ତି ଯେଉଁଥିରେ ଲେଖା ହୋଇଛି ‘ମେରା ଘର ଶ୍ରୀ ରାହୁଲ ଗାନ୍ଧି କା ଘର’। ଅଜୟ ରାୟ ହିନ୍ଦୀରେ ଟ୍ୱିଟ୍ କରିଛନ୍ତି ‘‘ତାନାଶାହ ଆପ କିତନେ ଘର ଖାଲୀ କରାଓଗେ? ହର କାଂଗ୍ରେସ କାର୍ୟକର୍ତ୍ତା କା ଘର ରାହୁଲ ଜୀ କା ଘର ହୈ। ଆଜ ହମନେ କାଶୀ ସ୍ଥିତୀ ଆବାସ କୋ ଶ୍ରୀ ରାହୁଲ ଜୀ କୋ ସମର୍ପିତ କିୟା। ଆଇୟେ ରାହୁଲ ଜୀ! କାଶୀ ମେଂ ଆପକା ସ୍ୱାଗତ ହୈ।’’ରାଜ୍ୟ କଂଗ୍ରେସ ମୁଖପାତ୍ର ଅଶୋକ ସିଂହ କହିଛନ୍ତି, ରାହୁଲ ଗାନ୍ଧି ‘ଲୋକଙ୍କ ହୃଦୟରେ ଘର କରିଛନ୍ତି’। ତାଙ୍କ ପାଇଁ ପ୍ରତ୍ୟେକ ଘରର ଦ୍ୱାର ଉନ୍ମୁକ୍ତ’।
କଂଗ୍ରେସ ଆରମ୍ଭ କଲା ‘ମେରା ଘର ଆପକା ଘର’ ଅଭିଯାନ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











