ଭୁବନେଶ୍ୱର : କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ । ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢିବେନି । ତେବେ ମନ୍ମଥ କେଉଁ ଦଳରୁ ଲଢିବେ , ଅକ୍ଟୋବରରେ ଘୋଷଣା କରିବେ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ ସୁରଙ୍କ ପୁଅ । ଏ ନେଇ ମଧ୍ୟ ବାପାଙ୍କ ସହ ଆଲୋଚନା କରିଥିବା କହିଲେ । ତେବେ ପାଇଲଟ ଚାକିରି ଛାଡି ଏବଂ ରାଜନୀତିକୁ ଓହ୍ଲାଇବାକୁ ମନସ୍ଥ କରିଛନ୍ତି ମନ୍ମଥ । ସୁର ରାଉତରାୟଙ୍କ ପରେ ତାଙ୍କ ପୁଅ ଏଥର ୨୦୨୪ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ।
Views: 79