ବ୍ରହ୍ମପୁର: ଓୟୋରୁ ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ବ୍ରହ୍ମପୁର ଗୋଲାନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ସ୍ଥିତ OYO ହୋଟେଲ( ନିର୍ମଳା ପ୍ଲାଜା)ର ଏକ ରୁମ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ଆତ୍ମହତ୍ୟା ନାଁ ହତ୍ୟା ତାହା ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନି।
ଅନ୍ୟପକ୍ଷରେ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାରଲୋକେ। ପୁରୀ ଚନ୍ଦନପୁରର ଝିଅ ହୋଇଥିବା ବେଳେ ପୁଅ ରାୟଗଡ଼ାର ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପୁଲିସ ଉକ୍ତ ପୁଅକୁ ଅଟକ ରଖିଥିବା ଜଣାପଡିଛି।
Views: 139











