The Ultimate Managed Hosting Platform
ADVERTISEMENT

ଓଲିଉଡ ହିରୋ ଅଜିତାଭ ମଲ୍ଲିକ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ରିଲରେ ହିରୋ ହେଲେ ରିଅଲ ଲାଇଫରେ ଭିଲେନ୍ । ଏଭଳି ଜଣେ ଠକ ହିରୋକୁ ଗିରଫ କରିଛି କମିଶନରେଟ ପୋଲିସ । ଓଲିଉଡ ହିରୋ ଅଜିତାଭ ମଲ୍ଲିକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଘର ବିକ୍ରି ନାଁରେ ମହିଳା ଅଧ୍ୟାପକଙ୍କ ଠାରୁ ୮୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଓଲିଉଡ ଫିଲ୍ମ ‘ଅରୁନ୍ଧତୀ’ର ହିରୋ ଓ ପ୍ରଡ୍ୟୁସର ହେଉଛନ୍ତି ଅଜିତାଭ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ବିକ୍ରି କରିବା ନାଁରେ ଚୁନା ଲଗାଇଛନ୍ତି । ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ଏକ ଡୁପ୍ଲେକ୍ସକୁ ୧କୋଟି ଟଙ୍କାରେ ବିକ୍ରି କରିବାକୁ କହିଥିଲେ । ଏଥିପାଇଁ ପ୍ରଥମେ ନଗଦ ୨୫ ଲକ୍ଷ ଟଙ୍କା ନେଇଥିଲେ । ପରେ ସୁନା, ବ୍ୟାଙ୍କ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ମାଧ୍ୟମରେ ମୋଟ ୮୫ ଲକ୍ଷ ଟଙ୍କା ନେଇଛନ୍ତି । ୨୦୨୦ରୁ ବିଭିନ୍ନ ପର୍ୟ୍ୟାୟରେ ମହିଳାଙ୍କ ଠାରୁ ଟଙ୍କା ନେଇଥିଲେ । ହେଲେ ଧରାଛୁଆଁ ଦେଉନଥିଲେ ଅଜିତାଭ । ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଗିରଫ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login