ଭୁବନେଶ୍ୱର: ଓଲା ଡ୍ରାଇଭରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି । ପାତ୍ରପଡାରୁ ଅପହରଣ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ । ଭିଡିଓ କଲ କରି ମାଡ ମାରିବା ସହ ଟଙ୍କା ମାଗୁଥିବା ଏତଲା ଦେଲେ ପତ୍ନୀ । ଅପହୃତ ବ୍ୟକ୍ତିଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସର ଛାନଭିନ । ଅପହରଣ ହୋଇଥିବା ଡ୍ରାଇଭରଙ୍କ ନାମ ଶଙ୍କର୍ଷଣ ଦାସ । ଗତକାଲି ରାତି ୮ ଟା ବେଳେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ହୋଇଥିଲା ଅପହରଣ । ଶଙ୍କର୍ଷଣଙ୍କୁ ଏକ କାରରେ କିଛି ଲୋକ ଉଠାଇ ନେଇଥିବା ସୂଚନା । ଏ ନେଇ ଅଧିକ ଆଲୋଚନା କରୁଛନ୍ତି ଆମ ରିପୋର୍ଟର ମାନସ ମହାପାତ୍ର।
Views: 110











