ନୂଆଦିଲ୍ଲୀ : ପିକ୍ ଟ୍ରାଫିକ ଆୱାର ବା ବ୍ୟସ୍ତବହୁଳ ସମୟ କାଳରେ ମୂଳ ଭଡ଼ାର ଦୁଇ ଗୁଣ ଚାର୍ଜ କରିପାରିବେ ପରିବହନକାରୀ ସଂସ୍ଥା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ମୋଟର ଯାନ ଏଗ୍ରିଗେଟର ଗାଇଡଲାଇନ ଅନୁସାରେ ଏହି ଭଡ଼ା ଲାଗୁ କରାଯାଇପାରିବ। ଗତକାଲିଠାରୁ ଏହି ନିୟମ କାର୍ୟ୍ୟକାରୀ ହୋଇଛି। ବର୍ତ୍ତମାନ ସୁଦ୍ଧା ଭଡ଼ାର ସର୍ବାଧିକ ସୀମା ଥିଲା ମୂଳ ଭଡ଼ାର ଦେଢ ଗୁଣ। ଆସନ୍ତା ୩ ମାସରେ ଏହି ଗାଇଡଲାଇନ କାର୍ୟ୍ୟକାରୀ କରିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଯାତ୍ରୀ ପରିବହନକାରୀ ସଂସ୍ଥାର ଭଡ଼ା ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଆବଶ୍ୟକ ହୋଇଥାଏ। ଟ୍ରାଫିକ ଭିଡ଼, ଯାନ ସଂକ୍ରାନ୍ତ ପ୍ରଦୂଷଣ ଆଦିକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡଲାଇନ ସମ୍ପର୍କରେ ନିଷ୍ପତ୍ତି ନେବେ। ଗାଇଡଲାଇନର ଧାରା ୨୩ ଅନୁସାରେ ବିଭିନ୍ନ ଯାତ୍ରୀ ପରିବହନକାରୀ ଯାନ ଉପରେ ଦୈନିକ, ସାପ୍ତାହିକ କିମ୍ବା ପାକ୍ଷିକ ଲେଭି ଧାର୍ୟ୍ୟ କରିପାରିବେ। ନିୟମ ଅନୁସାରେ ସର୍ବନିମ୍ନ ୩ କିଲୋମିଟର ଲାଗି ଭଡ଼ା ଲାଗୁ ହେବ।
ଓଲା, ଓବେର ସମେତ ଅନ୍ୟ ପରିବହନକାରୀ ସଂସ୍ଥା ନେବେ ଦୁଇ ଗୁଣ ଭଡା !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











