The Ultimate Managed Hosting Platform
ADVERTISEMENT

ଓଲଟିଲା ଯାତ୍ରୀବାହୀ ବସ , ୨୫ରୁ ଅଧିକ ଆହତ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଗ୍ରା-ଦିଲ୍ଲୀ ନ୍ୟାସନାଲ ହାଇୱେ ୪୪ରେ ଭାରସାମ୍ୟ ହରାଇ ଓଲଟିଲା ବସ । ଏକ ବସ୍ ଅନିୟନ୍ତ୍ରିତ ହୋଇ ଓଲଟିବା ଯୋଗୁଁ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମୁରୈନାର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଏବଂ ପିଲା ସାମିଲ ରହିଛନ୍ତି। ଦୁର୍ଘଟଣାରେ ବସରେ ଥିବା ୧୦ରୁ ୧୨ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ସମୟରେ ବସରେ ୩୦ରୁ ଅଧୂକ ଯାତ୍ରୀ ରହିଥିଲେ। ସୂଚନା ମୁତାବକ, ମଧ୍ୟପ୍ରଦେଶ ଗ୍ବାଲିଅର ଜିଲ୍ଲାରୁ ବସ୍ରେ ସମସ୍ତ ଯାତ୍ରୀ ମେହନ୍ଦୀପୁର ବାଲାଜୀ ଦର୍ଶନ ପାଇଁ ରାଜସ୍ଥାନ ଯାଉଥିଲେ । ଏହି ସମୟରେ ମୁରୈନା ଜିଲ୍ଲାର ସିଭିଲ ଲାଇନ ଥାନା ଅଞ୍ଚଳରେ ସିକରୋଦା ନାଳ ପାଖଷର ଆଗ୍ରା ଦିଲ୍ଲୀ ନ୍ୟାସନାଲ ହାଇୱେ ୪୪ରେ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ସୂଚନା ପାଇବା ପରେ ପୋଲିସ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login