ଭଦ୍ରକ : ଭାରସାମ୍ୟ ହରାଇ ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ୧୨ ଗୋରୁ ମୃତ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର । ଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟିପଡିଲା ପିକଅପ । ଦୁର୍ଘଟଣା ପରେ ଜଳିଗଲା ପିକଅପ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଦୁର୍ଘଟମାଗ୍ରସ୍ତ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି ।
Views: 7











