ଗଞ୍ଜାମ : ଓଲଟିଲା ଟମାଟୋ ବୋଝେଇ ଟ୍ରକ। ଟ୍ରକଟି ଘାଟି ଉପରେ ଭାରସାମ୍ୟ ହରାଇ ଗାର୍ଡୱାଲରେ ପିଟି ହୋଇ ଓଲଟି ପଡିଥିଲା । ଗଞ୍ଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଟମାଟୋ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା କଡରେ ବୋଝେଇ ହୋଇପଡିଲା ଟ୍ରେ ଟ୍ରେ ଟମାଟୋ । ଲକ୍ଷାଧିକ ଟଙ୍କାର ଟମାଟୋ ନଷ୍ଟ ହୋଇଯାଇଛି ।ଟ୍ରକରେ ଟମାଟୋ ବୋଝେଇ ହୋଇ ଭିଲାଇରୁ ବ୍ରହ୍ମପୁର ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭଞ୍ଜନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସେହିପରି କିଛି ମାସ ପୂର୍ବରୁ କେଉଁଝରରେ ଓଲଟି ପଡିଥିଲା ବିଲାତି ବୋଝେଇ ଟ୍ରକ । ଟମାଟୋ ଗୁଡିକୁ ବହି ନେଇଥିଲେ ଲୋକେ ।
Views: 24