ଭୁବନେଶ୍ୱର : ଓପିଏସ ସ୍ତରରେ ଅଦଳବଦଳ । ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସପି । ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କ ବଦଳି । ତାଳଚେର ଅତିରିକ୍ତ ଏସପି ଭାବେ ସୀମା ସ୍ୱାଇଁଙ୍କ ବଦଳି । ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସପି ଦାୟିତ୍ୱ । ମୋଟ ୧୯ ଜଣ ଅତିରିକ୍ତ ଏସପିଙ୍କୁ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି । ସମ୍ବଲପୁରର ଅତିରିକ୍ତ ଏସପି ପ୍ରକାଶ କୁମାର ଟପ୍ପୋଙ୍କୁ ରାଉରକେଲା ବଦଳି କରାଯାଇଛି । ଭୁବନେଶ୍ବରର ଅତିରିକ୍ତ ଏସପି ସଞ୍ଜୀବ କୁମାର ଶତପଥୀଙ୍କୁ ଆଡିସନାଲ ଏସପି ସ୍ପେଶାଲ ଟାକ୍ସଫୋର୍ସ ଭାବେ ଦାୟିତ୍ବ ଦିଆଯାଇଛି । ବରଗଡ଼ର ଏଏସପି ସୌରଭ ଓତାଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
Views: 41