କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ୍ ଜଷ୍ଟିସ୍ ପାଠକଙ୍କୁ ଶପଥପାଠ କରାଇଥିଲେ। ରାଜ୍ୟ ଗୃହ ସଚିବ ସତ୍ୟବ୍ରତ ସାହୁ ଆସାମ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ୍ ପାଠକଙ୍କ ବଦଳି ସଂପର୍କିତ ବିଜ୍ଞପ୍ତି ପାଠ କରିଥିଲେ। ଗୌହାଟୀ ହାଇକୋର୍ଟରୁ ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିସ୍ କରିଥିଲେ। ଜୁଲାଇ ୧୪ରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ତାଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Views: 25