କଟକ : ଓଡିଶା ହାଇକୋର୍ଟ ସୃଷ୍ଟି କରିଛି ଆଉ ଏକ ଇତିହାସ । ଓଡିଆରେ ପ୍ରଥମ ରାୟ ଶୁଣାଣି କରିଛନ୍ତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ । ଓଡିଶା ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଜଷ୍ଟିସ ଡ଼କ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀ ଓଡ଼ିଆରେ ନିଜର ରାୟ ପ୍ରଦାନ କରିଛନ୍ତି । ଓଡ଼ିଆ ଭାଷାରେ କୌଣସି ରାୟ ପ୍ରକାଶିତ ହେବା ଏହା ପ୍ରଥମ ଘଟଣା । ଏକ ସିଭିଲ ମାମଲାର ଶୁଣାଣି ଗତ ୧୯ ତାରିଖରେ ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ । ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଏହି ରାୟ ଓଡିଆରେ ପ୍ରଦାନ କରିଛନ୍ତି । ସାଧାରଣ ଲୋକ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ରାୟକୁ ବୁଝି ପାରି ନ ଥାନ୍ତି । କିନ୍ତୁ ନିଜ ମାତୃଭାଷାରେ ରାୟ ପ୍ରକାଶ ପାଇଲେ ତାହା ସେମାନଙ୍କୁ ବୋଧଗମ୍ୟ ହୋଇ ପାରିବ । ପୂର୍ବରୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ବିଭିନ୍ନ ଆଂଚଳିକ ଭାଷାରେ ରାୟ ପ୍ରକାଶ ଉପରେ ଗୁରୁତ୍ୱ ଦେଇଥିଲେ ।
Views: 70