ଭୁବନେଶ୍ୱର : ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍ । ଏ ନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି , ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ , ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍ ମାନ୍ୟତା ମିଳିଛି। ଓଡ଼ିଶାର ଏହି ୮ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟରେ ଖୁସିର ମାହୋଲ ଖେଳିଯାଇଛି ।
Views: 102











