ବ୍ୟୁରୋ : ଓଡିଶାରେ ପହଁଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ଝାଡଖଣ୍ଡରୁ ଆସି ବୀରମିତ୍ରପୁରରେ ପହଁଚିଲେ ରାହୁଲ ଗାନ୍ଧି । ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା । ରାହୁଲ ଗାନ୍ଧୀଙ୍କ ସ୍ୱାଗତ ଅପେକ୍ଷାରେ ରହିଥିଲେହଜାର ହଜାର କଂଗ୍ରେସ କର୍ମୀ । ଝାଡଖଣ୍ଡ- ଓଡ଼ିଶା ସୀମାରେ ପହଂଚିବା ପରେ ସେଠାରୁ ସିଧା ଓଡ଼ିଶାର ସୁନ୍ଦରଗଡ ଅଭିମୁଖେ ଆସି ବୀରମିତ୍ରପୁରରେ ପହଂଚିଛନ୍ତି ରାହୁଲ । । ବୀରମିତ୍ରପୁରଠାରେ ଓଡ଼ିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଛି । ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଦେଇ ଆଗକୁ ବଢିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ସମୟରେ ରାହୁଲ ଗାନ୍ଧୀ ପଦଯାତ୍ରା ସହ ଜନସଭା ବି କରିବେ । ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । ରାହୁଲଙ୍କ ଗସ୍ତର ରୁଟ୍ ମ୍ୟାପ୍ ଚୂଡ଼ାନ୍ତ ହୋଇଛି । ୩ ଦିନରେ ୨୦୦ କିଲୋମିଟର ବୁଲିବେ କଂଗ୍ରେସ ଯୁବରାଜ । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ ।
ଓଡିଶାରେ ରାହୁଲ ଗାନ୍ଧି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











