ଭୁବନେଶ୍ୱର : ଓଡିଶାରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ । ଭୁବନେଶ୍ୱର , ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଝଟକା ଅନୁଭୂତ । ସକାଳ ୬ଟା ୧୦ ମିନିଟରେ ମୃଦୁ ଝଟକା ଅନୁଭୂତ । ବଙ୍ଗୋପସାଗରରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ । ଓଡ଼ିଶାର ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ଅନୁଗୁଳ , ସମ୍ବଲପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ଓଡିଶା ବ୍ୟତୀତ ଦିଘା, କୋଲକତା, ଧାନବାଦ , ବିହାରର ଗୟା ଇତ୍ୟାଦି ଅଂଚଳରେ ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ । ଭୂକମ୍ପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସୁନାମୀ ଭୟ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଅନ୍ୟପକ୍ଷରେ ଭାରତ ଓ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି ।
Views: 16