ଝାରସୁଗୁଡା : ଝାରସୁଗୁଡା ଲଇକେରାରେ ବିଜେପିର ମାରାଥନ ଉପନିର୍ବାଚନ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗୋଟିଏ ପଟେ ଦେଶ ମୋଦିଙ୍କ ନତେୃତ୍ୱରେ ଆଗକୁ ବଢୁଛି । ଏଠି ୨୩ ବର୍ଷ ହେଲା ଗୋଟିଏ ସରକାର କଣ କରୁଛି ବୋଲି ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା । ମୋଦି ସରକାରଙ୍କ ଯୋଜନାକୁ ଲାଗୁ ନ କରି ଏଠି ଲୁଟ କରାଯାଉଛି । ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ୩୩ ପ୍ରତିଶତ ଜଳସେଚନ କରିବେ । କେତେ ପ୍ରତିଶତ ଜମି ପାଇଁ ଜଳସେଚନ ହାେଇଛି ଜବାବ ଦିଅନ୍ତୁ । ଗୋଟିଏ ପଟେ ନୂଆ ଭାରତ ନିର୍ମାଣ , ଆଉ ଅନ୍ୟପଟେ ଓଡିଶାରେ ଚାଲିଛି ଗୁଣ୍ଡାରାଜ । ତଥ୍ୟ ଅନୁସାରେ ଦେଶରେ ସବୁଠୁ ବେଶି ହିଂସା ଓଡିଶାରେ ବଢିଛି । ଯୋଗୀଙ୍କ ନେତୃତ୍ୱରେ ୟୁପିରେ ମାଫିଆ ସଫା ହୋଇଛନ୍ତି । ଅନ୍ୟପକ୍ଷରେ ଓଡିଶାରେ ମାଫିଆମାନେ ସରକାରରେ ବସିଛନ୍ତି । ଏଠାକାର ନେତା ମନ୍ତ୍ରୀ ଦୁର୍ନୀତି , ଦୁଷ୍କର୍ମ , ଭ୍ରଷ୍ଟାଚାର , ହତ୍ୟାରେ ଲିପ୍ତ । ୨୦୨୪ରେ ପୁଣି ମୋଦି ସରକାର , ଆଉ ଓଡିଶାରେ ଡବଲ ଇଞ୍ଜିନ ସରକାର ।
Views: 77